ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆବୁଧାବିରୁ କାଲିକଟ୍ ଆସୁଥିବା ଗୋଟାଏ ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ’ ଅଗ୍ନିକାଣ୍ଡ ହୋଇଛି | ଏଥିଯୋଗୁଁ ବିମାନ ଜରୁରୀ ଅବତରଣ କରିଥିଲା। ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ‘ଆଇଏକ୍ସ୩୪୮’ର ପାଇଲଟ୍ ନିଆଁ ଜଳୁଥିବା ଦେଖିବା ପରେ ବିମାନଟକୁ ଆବୁଧାବିକୁ ଫେରାଇ ନେଇଥିଲେ। ବିମାନରେ ସମୁଦାୟ ୧୮୪ଜଣ ଯାତ୍ରୀଥିଲେ। ବୈଷୟିକ ତ୍ରୁଟି ଯୋଗୁଁ ବିମାନର ଇଞ୍ଜିନ୍ଗୁଡ଼ିକ ମଧ୍ୟରୁ ଗୋଟିକରେ ନିଆଁ ଲାଗିଯାଇଥିଲା।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..