ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରାୟ ୩ଶହ କର୍ମଚାରୀ ଛୁଟିରେ ଚାଲିଯିବା ହେତୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନେଇଛନ୍ତି କଠୋର ପଦକ୍ଷେପ । ଛୁଟିରେ ଯାଇଥିବା ୩ଶହ କର୍ମଚାରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଟର୍ମିନେସନ ନୋଟିସ ପଠାଇଛି ଏୟାର ଇଣ୍ଡିଆ।ଏଥିସହ ଏହି ବିବାଦର ସମାଧାନ ପାଇଁ ତୁରନ୍ତ AIE ଅନ୍ୟ କ୍ରିଉ ମେମ୍ବରଙ୍କ ସହ ଜରୁରୀ ବୈଠକ ଡାକିଛି। । ଯାତ୍ରୀ ଓ କମ୍ପାନୀ ଭୋଗୁଥିବା ଅସୁବିଧାର ସମାଧାନ ପାଇଁ ଏହି ଜରୁରୀ ବୈଠକ ଡକା ଯାଇଥିବା ଜଣାଯାଇଛି। ଏଥିସହ ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ ଦେବାକୁ ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି।। ଅସୁସ୍ଥତା ଦର୍ଶାଇ ଏକ ସଙ୍ଗେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ ସମୂହ ଛୁଟିରେ ଗତ ମଙ୍ଗଳବାର ରାତିରୁ ଚାଲି ଯାଇଛନ୍ତି। ଫଳରେ ଏୟାର ଇଣ୍ଡିଆ ୭୦ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ଗତକାଲି ବାତିଲ୍ କରି ଦିଆଯାଇଥିବା ବେଳେ ଆଜି ବି ସମାନ ଅବସ୍ଥା ରହିଛି। ଏଥିଯୋଗୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାତିଲ ହୋଇଥିବା ଫ୍ଲାଇଟ୍ସ ମଧ୍ୟରେ ଚେନ୍ନାଇରୁ କୋଲକତା, ଚେନ୍ନାଇରୁ ସିଙ୍ଗାପୁର ଆଦି ଫ୍ଲାଇଟ୍ ସାମିଲ ଅଛି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….