ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡ଼ା ଟୋରୋଣ୍ଟୋ ବିମାନବନ୍ଦରରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଟୋରୋଣ୍ଟୋ ବିମାନବନ୍ଦର ରନୱେରେ ଡେଲଟା ଏୟାରଲାଇନ୍ସ ବିମାନ ଅବତରଣ କରୁଥିବାବେଳେ ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି ବିମାନ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଡେଲଟା ଏୟାରଲାଇନ୍ସ ବିମାନରେ ୭୬ଜଣ ଯାତ୍ରୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧୮ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଟୋରୋଣ୍ଟୋ ବିମାନବନ୍ଦର ରନୱେରେ ଡେଲଟା ଏୟାରଲାଇନ୍ସ ବିମାନ କାହିଁକି ଓଲଟି ପଡ଼ିଲା ତାହାର କାରଣ ଜାଣିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଏକ କମିଟି ଗଠନ ପରେ ତଦନ୍ତ ଆରମ୍ଭ କରିଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..