ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାତ୍ୟା ଦାନା ପାଇଁ ଭୁବନେଶ୍ୱରରେ ବିମାନ ସେବା ପ୍ରଭାବିତ ହୋଇଛି। ୪୦ଟି ବିମାନ ସେବା ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦରର ନିର୍ଦ୍ଦେଶକ। ଆଜି କ୍ୱାଲାଲାମ୍ପୁରକୁ ବିମାନ ସେବା ବନ୍ଦ ରହିବ। ଭୁବନେଶ୍ୱରରେ ପବନର ବେଗ ୩୫ରୁ ୪୦ କି.ମି ରହିବ। ଏହି ତୀବ୍ରତାରେ ବିମାନ ଉଡିବା ସୁରକ୍ଷିତ ନୁହେଁ। ଏଥିପାଇଁ ଆସନ୍ତା ୧୭ଘଣ୍ଟା ପର୍ଯ୍ୟନ୍ତ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ୨୪ତାରିଖ ସନ୍ଧ୍ୟା ୫ଟାରୁ ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..