ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖୁବଶୀଘ୍ର ଦିଲ୍ଲୀ ବିମାନବନ୍ଦରରେ ଏକ ଏୟାର ଟ୍ରେନ୍ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ଟର୍ମିନାଲ ମଧ୍ୟରେ ଯାତ୍ରୀମାନେ ସହଜରେ ଯିବା ଆସିବା କରିବା ପାଇଁ ଏୟାର ଟ୍ରେନ୍ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଦିଲ୍ଲୀ ଇଣ୍ଟରନେସନାଲ ଏୟାରପୋର୍ଟ ଲିମିଟେଡ୍(ଡିଆଇଏଏଲ) ଦ୍ୱାରା ପରିଚାଳିତ ଏହି ବିମାନବନ୍ଦର ହେଉଛି ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର। ସୂଚନାଯୋଗ୍ୟ, ଏୟାର ଟ୍ରେନ୍ ହେଉଛି ଏକ ପ୍ରକାର ସ୍ୱତନ୍ତ୍ର ଟ୍ରେନ୍, ଯାହା ବିମାନବନ୍ଦର ଭିତରେ ଯାତ୍ରୀମାନଙ୍କୁ ଗୋଟିଏ ଟର୍ମିନାଲରୁ ଅନ୍ୟ ଟର୍ମିନାଲକୁ ନେଇଥାଏ। ଏହି ଟ୍ରେନ୍ ସଂପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଅନବରତ ଚାଲିଥାଏ।






More Stories
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……
ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ…..
ଟିଏମସି ନେତାଙ୍କୁ ବିଜେପି ମନା…..