ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି। ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ଭଳି ବଡ଼ ସହରରେ ଏହି ବୃଦ୍ଧି ଘଟିଛି। ସୁନାର ଦାମ୍ ଗତ ସେସନ୍ରେ ୧% ଅଧିକ ବଢ଼ିବା ପରେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ୦.୩% ବୃଦ୍ଧି ହୋଇ ଏକ ଆଉନ୍ସ ପିଛା ୨୬୬୫ ଡଲାରରୁ ଅଧିକ ରହିଛି। ଏକ୍ସପର୍ଟଙ୍କ ମୁତାବକ, ଚଳିତ ବର୍ଷ ଶେଷ ସୁଦ୍ଧା MCX ଉପରେ ସୁନା ମୂଲ୍ୟ ୭୯,୦୦୦ ରୁ ୮୦,୦୦୦ରେ ପହଞ୍ଚିବା ସମ୍ଭାବନା ରହିଛି। ସେହିପରି ରୁପା ମୂଲ୍ୟରେ ମଧ୍ୟ ୪.୬% ବୃଦ୍ଧି ହୋଇ ଚାରି ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଙ୍ଗଳବାର ଦିନ ରୁପା ମୂଲ୍ୟରେ୪.୬% ବୃଦ୍ଧି ପାଇଛି, ଯାହା ଚାରି ମାସ ମଧ୍ୟରେ ଗୋଟିଏ ଦିନର ସବୁଠାରୁ ବଡ଼ ବୃଦ୍ଧି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..