ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇ କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଅପରାହ୍ଣ ସାଢେ ୨ଟାରେ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ହେବ । ବମ୍ବେ ହାଇକୋର୍ଟରେ ଗତକାଲି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଥିଲା । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଆର୍ୟନଙ୍କ ପାଇଁ ବମ୍ବେ ହାଇକୋର୍ଟରେ କେସ୍ ଲଢ଼ୁଛନ୍ତି । ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ । ଏଣୁ ତାଙ୍କ ଗିରଫଦାରି ବେଆଇନ । ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ହ୍ୱାଟ୍ସଅପ୍ ଚାଟ ପୁରୁଣା ସେଗୁଡ଼ିକ କ୍ରୁଜ୍ ପାର୍ଟି ସହ ସଂପର୍କିତ ନୁହେଁ । ଏହସାହ ମୁକୁଲ ରୋହତଗୀ ଆର୍ୟନ ଖାନ କୌଣସି ଷଡଯନ୍ତ୍ରରେ ସାମିଲ ଥିବା କଥା ଅସ୍ୱୀକାର କରିଛନ୍ତି । ଆର୍ୟନ ମାମଲାରେ କୌଣସି ଆର୍ଥିକ କାରବାର ହୋଇ ନାହିଁ । ଅନ୍ୟପଟେ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଅପ୍ ଚାଟ୍ । ଯେଉଁଥିରେ ଉଠିଛି ଗଞ୍ଜେଇ ଓ କୋକେନ୍ କଥା । ମିଳିଥିବା ସୂଚନା ଅନୁସାରେ ଏନସିବି ହାତରେ ଆର୍ୟନଙ୍କ ମୋବାଇଲ୍ ଲାଗିବା ପରେ, ସେଥିରୁ ଅନନ୍ୟାଙ୍କ ସହ ହ୍ବାଟ୍ସଆପ୍ ଚାଟର ଖୁଲାସା ହୋଇଛି କୁହାଯାଉଛି । ଏହି ଚାଟକୁ ହିଁ ଆୟୁଧ କରି ଆର୍ୟନଙ୍କୁ ବେଲ୍ ନ ଦେବାକୁ ଯୁକ୍ତି ବାଢିଆସୁଛି ଯାଞ୍ଚ ଏଜେନ୍ସି । ଏପଟେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଓଡିଶାର ମନୀଷ ରାଜଘରିଆ ଏବଂ ଅଭିନ୍ ସାହୁଙ୍କୁ ଜାମିନ୍ ମିଳିଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..