ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ ଜେଲ୍ରୁ ମୁକୁଳି ପାରନ୍ତି | ୩ଦିନର ମାରାଥନ ଶୁଣାଣି ପରେ ଗତକାଲି ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି | ଆର୍ୟନଙ୍କ ପକ୍ଷରୁ କେସ ଲଢୁଥିଲେ ମୁକୁଲ ରୋହତଗୀ । ଆର୍ଯ୍ୟନଙ୍କ ସହିତ ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ୍ ଧମେଚା ମଧ୍ୟ ଜେଲ୍ରୁ ମୁକୁଳି ପାରନ୍ତି | ଆର୍ୟନ ଖାନଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ କି , ଶୁକ୍ରବାର କୋର୍ଟ ତାଙ୍କ ନିଷ୍ପତ୍ତି ଉପରେ ବିସ୍ତୃତ ନିର୍ଦ୍ଦେଶ ଜାରି କରିବେ, ଯାହା ପରେ ଶୁକ୍ରବାର କିମ୍ବା ଶନିବାର ସମସ୍ତ ଅଭିଯୁକ୍ତ ଜେଲରୁ ବାହାରିବେ। ଏନସିବି ଏହାର ଯୁକ୍ତି ଉପସ୍ଥାପନ କରିବା ପରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..