Report Card Odisha

| Daily Odia News

ଆଜି ପବିତ୍ର ଗଣେଶ ପୂଜା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପବିତ୍ର ଗଣେଶ ପୂଜା। ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ଯେକୌଣସି ଶୁଭ କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଶେଣଙ୍କର ପୂଜା କରାଯାଇଥାଏ। ଘରେ ଏବଂ ବ୍ୟବସାୟ ସ୍ଥଳରେ ଗଣେଶଙ୍କୁ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା କୁହାଯାଇଥାଏ। କାରଣ ତାଙ୍କର ସମସ୍ତ ଅଙ୍ଗ ଜୀବନରେ ଏକ ନୂତନ ଓ ସଠିକ ରାସ୍ତା ଦେଖାଇଥାଏ। ଭଗବାନ ଗଣେଶଙ୍କର ଶୁଣ୍ଢ ସର୍ବଦା ଝୁଲିବା ପରି ରହିଥାଏ। ଏହାଦ୍ବାରା ସେ ସର୍ବଦା ସକ୍ରିୟ ରହିବାର ବାର୍ତ୍ତା ଦେଖଥାନ୍ତି। ଜୀବନରେ ସର୍ବଦା ସକ୍ରିୟ ରହିବା ଉଚିତ। ସୁଖ ହେଉକି ଦୁଃଖ ହେଉ ସବୁ ସମୟରେ କାର୍ୟ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିବା ଉଚିତ। ଭଗବାନ ଗଣେଶଙ୍କର ଚକ୍ଷୁ ଛୋଟ ଅଟେ। ବୈଜ୍ଞାନିକମାନଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର ଆଖି ଛୋଟ ହୋଇଥାଏ ସେମାନେ ଚିନ୍ତନଶୀଳ ଓ ଗମ୍ଭୀର ସ୍ବଭାବର ହୋଇ ଥାଆନ୍ତି। ସମସ୍ତ କାର୍ୟ୍ୟକୁ ଗଭୀର ପର୍ୟ୍ୟନ୍ତ ବୁଝନ୍ତୁ। ଏପରି କରିବା ଦ୍ବାରା ଆପଣ ନେଇଥିବା ନିଷ୍ପତ୍ତି ଠିକ ବୋଲି ବିଚାର କରାଯିବ। ଭଗବାନ ଗଣେଶଙ୍କର କାନ ବଡ ହୋଇଥାଏ। ବଡ କାନ ଥିବା ବ୍ୟକ୍ତି ଭାଗ୍ୟଶାଳୀ ଓ ଦୀର୍ଘାୟୁ ହୋଇଥାନ୍ତି। ବଡ କାନ ଥିବା ବ୍ୟକ୍ତିମାନେ ସମସ୍ତଙ୍କ କଥାକୁ ଧ୍ୟାନର ସହ ଶୁଣି ଥାଆନ୍ତି। କିନ୍ତୁ ଯେକୌଣସି କାର୍ୟ୍ୟର ନିର୍ଣ୍ଣୟ ନେବା ବେଳେ ନିଜର ବୁଦ୍ଧି ଓ ବିବେକ ବ୍ୟବହାର କରିଥାଆନ୍ତି। ଭଗବାନ ଗଣେଶଙ୍କର ମସ୍ତକ ଅତ୍ୟନ୍ତ ବଡ ହୋଇଥାଏ। ବୈଜ୍ଞାନିକମାନଙ୍କ ଅନୁଯାୟୀ, ବଡ ମସ୍ତକ ଥିବା ବ୍ୟକ୍ତିଙ୍କର ପ୍ରଖର ବୃଦ୍ଧି ଓ ସଭାପତି ହେବାର କ୍ଷମତା ରହିଥାଏ। ନିଜର ଚିନ୍ତା ଧାରା ସର୍ବଦା ଉଚ୍ଚ ରଖିବା ଉଚିତ। ଭଗବାନ ଗଣେଶଙ୍କର ପେଟ ଅଧିକ ବଡ ହୋଇଥାଏ। ସେ ସବୁ ଭଲ ଓ ଖରାପ ଦ୍ରବ୍ୟକୁ ଗ୍ରହଣ କରିଥାନ୍ତି। ଯେକୌଣସି ନିର୍ଣ୍ଣୟ ନେବା ବେଳେ ବୁଝିସୁଝି ନେଇଥାନ୍ତି।ବଡ ପେଟ ସୁଖର ପ୍ରତୀକ ଅଟେ। ଭଗବାନ ଗଣେଶ ଓ ପର୍ଶୁରାମଙ୍କ ମଧ୍ୟରେ ଥରେ ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ଭଗବାନ ଗଣେଶଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା। ତେଣୁ ତାଙ୍କୁ ଏକ ଦନ୍ତ ବୋଲି ମଧ୍ୟ କୁହାଯାଇଥାଏ। ସେହି ଭଙ୍ଗା ଦାନ୍ତକୁ ଲେଖନୀ ରୂପେ ବ୍ୟବହାର କରି ସେ ମହାଭାରତ ଗ୍ରନ୍ଥ ଲେଖିଥିଲେ।
ବାର୍ତ୍ତା : ଭାଙ୍ଗି ଯାଇଥିବା ଦାନ୍ତରୁ ବାର୍ତ୍ତା ମିଳେ ଯେ, ଆମକୁ ପ୍ରତ୍ୟେକ ଜିନିଷର ସଦୁପଯୋଗ କରିବା ଉଚିତ।

Breaking News