ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ବାହାରପଟୁ ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୭ ଜଣିଆ ଟିମ୍ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିବାକୁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ତେବେ ସେତେବେଳେ ଚାବି ନମିଳିବାରୁ ଫେରିଆସିଥିଲେ। ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ରହୁଥିବା ଯାଂଚ ରିପୋର୍ଟରେ ଉଲ୍ଲେଖ ରହିଛି। ତେଣୁ ବାହାର ପଟ ସହ ଭିତରେ ମଧ୍ୟ ତୁରନ୍ତ ଲେଜର ସ୍କାନିଂ କରିବାକୁ ଦାବି ହୋଇଛି।






More Stories
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ପ୍ରବଳ ଘଡ଼ଘଡ଼ି ସହ ବିଜୁଳି…..
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି…..