ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ସୋମବାର ଜୋହାନ୍ସବର୍ଗରେ ‘ଫ୍ରେଣ୍ଡସ ଅଫ ବ୍ରିକ୍ସ’ ବୈଠକରେ ଡୋଭାଲ ଏବଂ ୱାଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ୱାଙ୍ଗ ଚାଇନାର କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ବୈଦେଶିକ ବ୍ୟାପାର ଆୟୋଗ କାର୍ଯ୍ୟାଳୟର ନିର୍ଦ୍ଦେଶକ। ଏହି ସମୟରେ ଭାରତ-ଚାଇନା ସହ ଜଡିତ ସୀମା ବିବାଦ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ୱାଙ୍ଗ ଡୋଭାଲଙ୍କୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ଥିର କରିବାକୁ କହିଥିଲେ। ଏହାର ଉତ୍ତରରେ ଡୋଭାଲ ଉଭୟ ଦେଶର ପାରସ୍ପରିକ ସ୍ବାର୍ଥ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ନିକଟରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ୱାଙ୍ଗଙ୍କ ମଧ୍ୟରେ ବୈଠକ ହୋଇଥିଲା।






More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……