ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ଭାଇରାଲ୍ ଭିଡିଓ ମାମଲାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ସୋମବାର ରାତିରେ ଗିରଫ କରାଯାଇଥିବା କଥା ପୋଲିସ କହିଛି। ଗତକାଲିର ଗିରଫଦାରିକୁ ମିଶାଇ ଜଣେ ନାବାଳକଙ୍କ ସମେତ ଏହି ଘଟଣାରେ ଲିପ୍ତ ଥିବା ୭ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ମଣିପୁର ପୋଲିସ ଦୈନିକ ତଲାସ ଜାରି ରଖିଛି। ଗତରାତିରେ ୭ମ ଅଭିଯୁକ୍ତଙ୍କୁ ଥୌବାଲ୍ ଜିଲ୍ଲାରୁ ଗିରଫ କରାଯାଇଥିବା କଥା ପୋଲିସ ଅଧିକାରୀମାନେ କହିଛନ୍ତି। ୭ମ ଗିରଫଦାରି ଖବରକୁ ସୁନିଶ୍ଚିତ କରି ମଣିପୁର ପୋଲିସ ଟୁଇଟ୍ କରି କହିଛି ଯେ, ଭାଇରାଲ୍ ଭିଡିଓ ମାମଲାରେ ଜଣେ ନାବାଳକଙ୍କ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….