ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଇଛି | ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଜିଠାରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି | ଗତ ସପ୍ତାହରେ ଥିବା ଅଡ୍ ଇଭିନ ବ୍ୟବସ୍ଥାକୁ କୋହଳ କରାଯାଇଛି। ଏଣିକି ଆଜିଠାରୁ ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିବ। ରାସ୍ତାକଡ଼ରେ ଉଠା ଦୋକାନୀଠୁ ଆରମ୍ଭ କରି ବଡ଼ ମାର୍କେଟ କପ୍ଲେକ୍ସ ଖୋଲିବ। ରେସ୍ତୋରାଁ ବି ୫୦ ପ୍ରତିଶତ ଗ୍ରାହକରେ ଚାଲିବ। ସେଲୁନ୍ ଖୋଲିବ କିନ୍ତୁ ସ୍ପା ଏବେ ପାଇଁ ବନ୍ଦ ରହିବ। ସେହିପରି ଧର୍ମାନୁଷ୍ଠାନ ଖୋଲା ରହିବ କିନ୍ତୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ରହିଛି। ପୂର୍ବ ଭଳି ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସାମାଜିକ, ରାଜନୈତିକ, କ୍ରୀଡା ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଲୋକମାନେ ଏକାଠି ହେବା ଉପରେ କଟକଣା ଆଗ ଭଳି ଜାରି ରହିବ। ଏହି କୋହଳ ନିୟମ ସପ୍ତାହକ ପାଇଁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..