ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠୁ ଇଟାଲୀରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଏଥିରେ ୨୦ଟି ରାଷ୍ଟ୍ର ମୁଖ୍ୟ ଭାଗ ନେବେ । କରୋନା ସମୟରେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ଆଲୋଚନା ହେବା ନେଇ ଜଣାପଡୁଛି । ଜି-୨୦ ସମ୍ମିଳନୀରେ ଯୋଗ ଦେବାପାଇଁ ରୋମ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୧୨ ବର୍ଷ ପରେ ରୋମ୍ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଇଟାଲିରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସୂଚନା ଅନୁଯାୟୀ, ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ରୋମ ଗସ୍ତ। ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ରୋମ ଯାଉଛନ୍ତି। ପ୍ରାୟ ୧୨ ବର୍ଷ ପରେ ଭାରତର ଜଣେ ପ୍ରଧାନମନ୍ତ୍ରୀ ରୋମ ଗସ୍ତରେ ଯାଇଛନ୍ତି। ଗତବର୍ଷ କୋଭିଡ ପାଇଁ ଜି-୨୦ ବୈଠକ ଭର୍ଟୁଆଲରେ ହୋଇଥିବା ବେଳେ ଏଥର ରୋମରେ ହେବାକୁ ଥିବା ବୈଠକରେ ଯୋଗ ଦେଉଛନ୍ତି । ଜଳ ବାୟୁ ପରିବର୍ତ୍ତନକୁ ଅଧିକ ଫୋକସ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇବ ଭାରତ । କାଶ୍ମୀରରେ ହେଉଥିବା ଆତଙ୍କୀ ଗତିବିଧି ବନ୍ଦ କରିବାକୁ ବିଭିନ୍ନ ଦେଶର ସମର୍ଥନ ଲୋଡିବ ଭାରତ। ଏଥିସହ ଆଫଗାନସ୍ଥାନ ପ୍ରସଙ୍ଗରେ ମଧ୍ୟ ମତ ରଖିବେ ପ୍ରଧାନମନ୍ତ୍ରୀ। ତେବେ ଏଥର ବୈଠକରେ ଯୋଗ ଦେବେନି ଚୀନ ରାଷ୍ଟ୍ରପତି। ତାଙ୍କର ପ୍ରତିନିଧି ବୈଠକରେ ନିଜର ମତ ରଖିବେ। ଚୀନ ସହ ସମ୍ପର୍କକୁ ନେଇ ମଧ୍ୟ ରୋମରେ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..