Report Card Odisha

| Daily Odia News

ଆଜିଠୁ ନାଇଟ୍ କର୍ଫ୍ୟୁ ଆରମ୍ଭ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ କଟକ-ଭୁବନେଶ୍ୱର ସହରରେ ନାଇଟ୍ କର୍ଫ୍ୟୁ ଜାରିହେବ। ୧୧ ତାରିଖ ଅର୍ଥାତ ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ପାର୍ବଣ ସମୟରେ ବଜାରରେ ଗହଳି ହେଲେ କରୋନା ସଂକ୍ରମଣ ବଢିବା ଆଶଙ୍କାରହିଛି | ତେଣୁ ବଜାରରେ ଭିଡ଼ ଏଡେଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୋଲିସ କମିଶନର ଅପିଲ୍ କରିଥିଲେ। ତେବେ ଏହି କଟକଣା ନମାନିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ। ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର । ରାଜ୍ୟରେ ପୁଣି କୋଭିଡ୍ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଏଥିଲାଗି ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ। କଟକ-ଭୁବନେଶ୍ବରରେ ପ୍ରମୁଖ ଛକରେ ପୋଲିସ ମୁତୟନ ରହିବେ। ସେଠାରେ ଲୋକଙ୍କୁ ଯାଞ୍ଚ କରିବେ। ଯେଉଁମାନେ ଜରୁରୀ ସେବା ଯୋଗାଇବେ ସେମାନଙ୍କ ପାଇଁ ଯାତାୟାତ କରିବା ପାଇଁ ସୁଯୋଗ ଦିଆଯିବ। ସେପଟେ କଟକରେ ଦୁର୍ଗା ପୂଜା ପାଇଁ ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ । ପୂଜା ସମୟରେ କଟକରେ ନିୟୋଜିତ ହେବେ ୧୦୦ ଅଧିକାରୀ । କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଅମାନିଆଙ୍କୁ ଗିରଫ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସତର୍କ କରାଯାଇଛି । ଏଥିଲାଗି ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ। ନାଇଟ୍‍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରହିବ ପୋଲିସର କଡ଼ା ନଜର।

Breaking News