ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଆଇନ୍ ଖଣି ଖୋଳା ମାମଲାରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢ଼ାଉ କରିଥିଲା | ଚଢ଼ାଉ ସମୟରେ ୨ଟି ‘ଏକେ-୪୭’ ରାଇଫଲ୍ ଇଡ଼ି ହାତରେ ଲାଗିଛି | ଏନେଇ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି | ବେଆଇନ୍ ରାଇଫଲ୍ ଉଦ୍ଧାର ଘଟଣା ସରକାରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ପ୍ରେମ ପ୍ରକାଶଙ୍କ ନାଁରେ ‘ଅସ୍ତ୍ରଶସ୍ତ୍ର ଆଇନ’ ଅନୁସାରେ ପୃଥକ୍ ମାମଲା ରୁଜୁ କରାଯିବ। ହେମନ୍ତ ସୋରେନ୍ଙ୍କ ସହିତ ତାଙ୍କର ଘନିଷ୍ଠତା ଥିବା ସମ୍ପର୍କରେ ସୂଚନା ପାଇବା ପରେ ପ୍ରେମ ପ୍ରକାଶଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା। ପ୍ରେମ ପ୍ରକାଶଙ୍କ ବ୍ୟତିତ, ବେଆଇନ ଖଣି ଖୋଦନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡ଼ଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଆଉ ୧୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସ୍କାନର୍ରେ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହାଛଡ଼ା, ‘ମନି ଲଣ୍ଡରିଙ୍ଗ୍ ଆଇନ’ରେ ବିଧାୟକ ପଙ୍କଜ ମିଶ୍ରାଙ୍କ ସମତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନ୍ଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୧୧.୮୮ କୋଟି ଟଙ୍କା ଜବତ କରିଥିବା ସୂଚନା ମିଳିଛି ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……