Report Card Odisha

| Daily Odia News

କାମଚଳା ବାଚସ୍ପତି ହେଲେ ଅକବରୁଦ୍ଦିନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତେଲଙ୍ଗାନା ବିଧାନସଭାର କାମଚଳା ବା ପ୍ରୋଟମ ବାଚସ୍ପତି ଭାବେ ଅକବରୁଦ୍ଦିନ ଙ୍କୁ ନିଯୁକ୍ତି ଦିଆଯାଇଛି। ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଭାଇ ଅକବରୁଦ୍ଦିନ। ତେଲଙ୍ଗାନା ବିଧାନସଭାରର ପ୍ରଥମ ଅଧିବେଶନରେ ଅକବରୁଦ୍ଦିନ ବାଚସ୍ପତି ଭୂମିକାରେ ରହିବେ। ନୂଆ କରି ତେଲଙ୍ଗାନାରେ କ୍ଷମତା ଦଖଲ କରିଥିବା କଂଗ୍ରେସ ଆଜିଠାରୁ ବିଧାନସଭାର ଶାସକ ବେଞ୍ଚରେ ବସିବାକୁ ଯାଉଛି। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହକୁ ଜୁନିୟର ଓୱେସି ପରିଚାଳନା କରିବେ। ଭାରତୀୟ ସମ୍ବିଧାନାର ଧାରା ୧୮୦ ଅନ୍ତର୍ଗତ କ୍ଲଜ ୧କୁ ବ୍ୟବହାର କରି ତେଲଙ୍ଗାନାର ରାଜ୍ୟପାଳ ଅକବରୁଦ୍ଦିନ ୱୱେସିଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ସ୍ଥାୟୀ ବାଚସ୍ପତି ହେବା ଯାଏ ଗୃହ କାର୍ଯ୍ୟକୁ ପରିଚାଳନା କରିବେ। କାରଣ ସେ ବିଧାୟକ ଭାବେ ଏବେ ତେଲଙ୍ଗାନା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଥରେ ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବା ପରେ ଜୁନିୟର ଓୱେସିଙ୍କ କାର୍ଯ୍ୟକାଳ ଶେଷ ହେବ। ସେ ନବନିର୍ବାଚିତ ବିଧାୟକମାନଙ୍କୁ ଶନିବାର ପଦ ଓ ଗୋପନୀୟତାର ଶପଥ ପାଠ ମଧ୍ୟ କରାଇବେ।

Breaking News