ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦରେ ରାଷ୍ଟ୍ରପତିଙ୍କ ଭାଷଣ ନେଇ ଧନ୍ୟବାଦ ଅର୍ପଣର ଉତ୍ତର ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିରୋଧୀ ଦଳକୁ ନିନ୍ଦା କରିଥିଲେ। ଏହା ସହିତ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ ଏବଂ ତାଙ୍କୁ ଶିଶୁ ମାନସିକତା ରଖିଥିବା ବାଳକ ବୁଦ୍ଧି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇଏବେ ବିରୋଧୀ ସ୍ୱର ଉତ୍ତୋଳନ କରିଛନ୍ତି। ଏହି ମନ୍ତବ୍ୟ ନେଇ ଅନେକ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରିଥିଲେ। ବର୍ତ୍ତମାନ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ବାହାରିଛନ୍ତି। ରାହୁଲ ନିଟ୍ ପେପର ଲିକ୍ ନେଇ ପ୍ରଶ୍ନ କରିବାରୁ ଶାସକ ଦଳ ଏଭଳି ନିନ୍ଦନୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ରାହୁଲଙ୍କୁ ବାଳକ ବୁଦ୍ଧି କହୁଥିବା ଲୋକେ ନିଜେ ବାଳକ ବୋଲି ଅଖିଳେଶ କହିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଏଭଳି କହିବା ନେଇ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ଟୁଇଟ୍ ସେୟାର କରିଥିବାବେଳେ ମୋଦୀ ଜୀ ଜନମତକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ମୋଦୀ ଜୀ ଲୋକଙ୍କ ଭାବନାକୁ ବୁଝନ୍ତୁ ଏବଂ ଏକଛତ୍ରବାଦୀ ଶାସନ ବନ୍ଦ କରନ୍ତୁ । ରାହୁଲ ଗାନ୍ଧୀଙ୍କ ସମର୍ଥନରେ ପ୍ରତିକ୍ରିୟାରେ ଅଖିଳେଶ ଯାଦବ କହିଛନ୍ତି ଯେ ଏହି ଲୋକମାନେ ଯାହା କହୁଛନ୍ତି ତାହା ବାଳକ ବୁଦ୍ଧି। କାରଣ ଏସବୁ ଲୋକେ ନିଟ୍ ଉପରେ କେହି ପ୍ରଶ୍ନ ପଚାରନ୍ତି ନାହାନ୍ତି। ଯେଉଁମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି ସେମାନେ ନିଜେ ଜଣେ ଜଣେ ଶିଶୁ। ଜନସାଧାରଣଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ଏଭଳି କହିବା ଭୁଲ ଅଟେ। ସରକାରରେ ଏପରି କିଛି ଛୋଟ ପିଲାଙ୍କ ମାନସିକତା ରଖୁଥିବା ଲୋକେ ଅଛନ୍ତି ଯେଉଁମାନେ ଦେଶର ସମସ୍ୟା ଜାଣନ୍ତି ନାହିଁ। ମଙ୍ଗଳବାର ସଂସଦରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଏହି ଶିଶୁ ପରି ଲୋକମାନେ ବେଳେବେଳେ କାହାକୁ ଆଲିଙ୍ଗନ କରିବାକୁ ଚେଷ୍ଟା କରନ୍ତି ଏବଂ ବେଳେବେଳେ ଆଖିରେ ଇସାରା କରନ୍ତି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..