ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହରାଇଥିବା ସୂଚନା ମିଳୁଛି | ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଆଜି ଉତ୍ତର ପ୍ରଦେଶ ପୋଲିସ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଏବଂ ତାଙ୍କ ପୁତ୍ର ଆଶିଷଙ୍କ ବିରୋଧରେ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରିଛି। ସେମାନଙ୍କ ବିରୋଧରେ ‘ଏଫ୍ଆଇଆର୍’ ରୁଜୁ କରାଯାଉ ବୋଲି ‘ବିକେୟୁ’ର ରାକେଶ ଟିକାୟତ ଏବଂ ‘ସଂଯୁକ୍ତ କିଷାନ୍ ମୋର୍ଚ୍ଚା’ ସମେତ କେତେକ କୃଷକ ନେତା ଦାବି କରିଥିଲେ। ସତ୍ୟ ବୋଲି ଜଣାପଡୁଥିବା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଦେଇଥିବା ନିର୍ଦ୍ଦିଷ୍ଟ କେତେକ ମନ୍ତବ୍ୟ କାରଣରୁ ତାଙ୍କୁ ଗିରଫ କରିବା ପାଇଁ ଟିକାୟତ ଦାବି କରିଥିଲେ | କିନ୍ତୁ, ଗତକାଲିର ହିଂସାକାଣ୍ଡ ସମୟରେ ଘଟଣାସ୍ଥଳରେ ତାଙ୍କ ପୁଅ ଉପସ୍ଥିତ ଥିବା କଥାକୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଅସ୍ୱୀକାର କରିଛନ୍ତି। ସେ ଏହାର ଭିଡିଓ ପ୍ରମାଣ ଦେଇପାରିବେ ବୋଲି କହିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଆଜି ସମଗ୍ର ଦେଶରେ ପ୍ରତି ଜିଲ୍ଲାରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବହୁସଂଖ୍ୟକ କୃଷକ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି କୁହାଯାଉଛି। ସୂଚନା ଅନୁସାରେ- କେନ୍ଦ୍ରମନ୍ତ୍ରୀ ଟେନୀଙ୍କ ଗାଁ ବନବୀରରେ କେତେକ ପ୍ରକଳ୍ପର ଶିଳାନ୍ୟାସ ହେବାକୁ ଥିଲା। ଏଥିରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଆମନ୍ତ୍ରିତ ଅତିଥି ଥିଲେ । ତେବେ କାର୍ଯ୍ୟକ୍ରମ ଲାଗି ମୌର୍ଯ୍ୟଙ୍କ ହେଲିକପ୍ଟର ଯେଉଁଠାରେ ଅବତରଣ କରିବାର ଥିଲା ଚାଷୀମାନେ ସେଠାରେ ପହଞ୍ଚି କଳାପତାକା ଉଡ଼ାଇବା ସହ ଧାରଣା ଆରମ୍ଭ କରିଦେଇଥିଲେ। ଏହି ସୂଚନା ପାଇ ବିଜେପି ନେତାମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଦ୍ରୁତ ବେଗରେ କାର ଆଣି ଚାଷୀଙ୍କ ଧାରଣାସ୍ଥଳରେ ପୁରାଇ ଦେଇଥିଲେ। ଫଳରେ ୨ ଜଣ ଚାଷୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଚାଷୀ ଆହତ ହୋଇଛନ୍ତି। ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଫେରାର ହୋଇଯାଇଛି। ଏହା ଜଣାପଡିବା ପରେ ବିବିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ଯୋଗୀ ସରକାରଙ୍କୁ ଘେରିଯାଇଛନ୍ତି। କଂଗ୍ରେସ, ସପା, ବସପା ଓ ଆମଆଦମୀ ପାର୍ଟି ଚାଷୀଙ୍କ ପ୍ରତି ଶାସକ ଦଳର ଏହା ଅତ୍ୟାଚାର ବୋଲି କହିଛନ୍ତି।
More Stories
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ,୨୪ ଆହତ….
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..