ରିପୋର୍ଟ କାର୍ଡ / କଳାହାଣ୍ଡି
ବେକାର ଯୁବକଙ୍କୁ ଚାକିରୀ ଆଶା ଦେଖାଇ ଟଙ୍କା ଠକେଇ ଅଭିଯୋଗ ହୋଇଛି । ସେମାଙ୍କୁ ଚେନ ସିଷ୍ଟମ ବେପାର କରି ଲୋକଙ୍କୁ ଫସେଇବା ଭଳି ଘଟଣା ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଏପରି ଘଟଣା ଘଟିଛି । ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ୫ଜଣକୁ ଅଟକରଖି ପଚରା ଉଚରା କରୁଛି ଟାଉନ ଥାନା ପୋଲିସ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧତ୍କ ଟଙ୍କା ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ପରେ ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ପୋଲିସର ଚଢ଼ାଉ କରିଥିଲା । ଚାକିରି ନାଁରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ପରେ ଏହି ଚଢାଉ ହୋଇଛି । ଚାକିରି ପାଇଁ ଜଣପିଛା ଏହି କଂପାନିକୁ ୨୨ ହଜାର ଟଙ୍କାର ସିକ୍ୟୁରିଟି ଦେଇଥିବା ଅଭିଯୋଗ ରହିଛି । ଡାଟା ଅପରେଟର,ଅଫିସ କାମ ଭଳି ନିଯୁକ୍ତି ଦିଆଯିବ ବୋଲି ଚାକିରି ଆଶାୟୀଙ୍କୁ କୁହାଯାଉଛି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଅନ୍ୟାନ୍ୟ କାମରେ ତାଲିମ ଦିଆଯାଇ ଚେନ ସିଷ୍ଟମ ବିଜନେସରେ ଲଗାଯାଉଛି । ତାଲିମ ସମୟରେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ବାହାରକୁ ଛଡ଼ାଯାଉନାହିଁ । ଚାକିରୀ ଆଶାୟୀ ଯୁବକ ମାନଙ୍କୁ ଗୃହବନ୍ଦୀ ଭାବେ ରଖାଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..