ରିପୋର୍ଟ କାର୍ଡ / ପୁରୀ
ଆଜିଠୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆରମ୍ଭ ହୋଇଛି । ଏହି ସମୟରେ ଜଗନ୍ନାଥ ଙ୍କ ଭକ୍ତମାନେ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଅଲାରନାଥଙ୍କ ପୀଠ। ଶ୍ରୀଜିଉଙ୍କ ଅନବସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ପୁଣ୍ୟ ମିଳେ ବୋଲି ଶାସ୍ତ୍ରୀୟ ମତ ରହିଛି। ୧୪ ଦିନ ଧରି ସେଠାରେ ଭକ୍ତଙ୍କ ସମାଗମ ହେବ। ପ୍ରତ୍ୟକ ଦିନ ହଜାର ହଜାର ଭକ୍ତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ। ଶ୍ରୀଜୀଉଙ୍କ ଅନବସର ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସହକାରେ ସମ୍ପନ୍ନ ହେବ ସେ ଉପରେ ଗୁରୁତ୍ଵ ଦିଆଯାଉଛି। ଭୋର୍ ୪ଟାରୁ ମନ୍ଦିର ଦ୍ଵାର ଫିଟା , ୪ଟା ୧୫ରେ ମଙ୍ଗଳ ଆଳତି, ୫ଟାରେ ବେଶ , ୫ଟା ୩୦ରେ ଗୋପାଳବଲ୍ଲଭ, ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସେହିପରି ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୂପ, ୨ଟା ୪୫ ରେ ସର୍ବସାଧାରଣ ଦର୍ଶନ , ସନ୍ଧ୍ୟା ୭ଟାରେ ଆଳତି ଓ ରାତି ୧୦ଟାରେ ବଡସିଂହାର ଧୂପ ଓ ବେଶ କରାଯିବା ନେଇ ସୂଚନା ରହିଛି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..