ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କଲେ ସରକାର । ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ। କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ବ୍ୟତୀତ ରାଜ୍ୟର ସମସ୍ତ କଲେଜ ବନ୍ଦ ରହିବ । ଅନ୍ୟ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଲେ ବି ଅନ୍ଲାଇନ୍ କ୍ଲାସ୍ ଜାରି ରହିବ ବୋଲି କୁହାଯାଇଛି। ଏନେଇ ଆଜି ଏସଆରସି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ରାଜ୍ୟରେ କରୋନା ସହିତ ଓମିକ୍ରନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି |
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..