ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳରେ ଆତଙ୍କ ସୃଷ୍ଟି କରିଛି ନିପା ଭାଇରସ | ବର୍ତ୍ତମାନ ସୁଦ୍ଧା କେରଳରେ ଏହି ଭାଇରାସରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚି ସାରିଲାଣି। ମହାମାରୀ କରୋନା ଭାଇରସ ତୁଳନାରେ ନିପା ଭାଇରସର ମୃତ୍ୟୁହାର ଯଥେଷ୍ଟ ଧିକ ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି | ଏହାକୁ ନେଇ କେରଳ ସରକାରଙ୍କ ପକ୍ଷରୁ ସବୁ ସ୍କୁଲ କଲେଜକୁ ସପ୍ତାହେ ପାଇଁ ବନ୍ଦ କରି ଦିଆଯାଇଛି। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକ ଆସନ୍ତା ୨୪ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ବୈଷୟିକ ଶିକ୍ଷାନୁଷ୍ଠାନ ଆଦି ପାଇଁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ । ଲୋକେ ନିଜ ଅଞ୍ଚଳକୁ ଘେରାବନ୍ଦୀ କରି କଣ୍ଟେନମେଣ୍ଟ ଜୋନ୍ କରି ଦେଉଛନ୍ତି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..