Report Card Odisha

| Daily Odia News

ଧଳସାମନ୍ତ ଭାଇଙ୍କ ସମେତ ସମସ୍ତ ୮ ଅଭିଯୁକ୍ତ ଦୋଷମୁକ୍ତ……


ରିପୋର୍ଟ କାର୍ଡ / କଟକ

ବହୁଚର୍ଚ୍ଚିତ ଦୀପୁ-ଓମ ହତ୍ୟା ମାମଲାରେ ଗିରଫ ହୋଇଥିବା ଧଳସାମନ୍ତ ଭ୍ରାତାଙ୍କୁ କଟକ ଜିଲ୍ଲା ଦୌରାଜଜ କୋର୍ଟ ଗୁରୁବାର ଦୋଷମୁକ୍ତ କରିଛନ୍ତି। ଉଭୟ ଭାଇ ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କ ସମେତ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ୮ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଅନ୍ୟପଟେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ପାଖରେ ରଖିବା ମାମଲାରେ କୋର୍ଟ ଅଭିଯୁକ୍ତମାନଙ୍କୁ ୭ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।ସୂଚନାଯୋଗ୍ୟ, କଟକର ଦୀପୁ ଏବଂ ଓମଙ୍କ ହତ୍ୟା ମାମଲାରେ ଚାଉଳିଆଗଞ୍ଜ ପୋଲିସ ୨୦୧୬ ଫେବୃୟାରୀରେ ଧଳସାମନ୍ତ ଭ୍ରାତାଙ୍କ ନାମରେ ମାମଲା ରୁଜୁ କରିଥିଲା। ଓମଙ୍କ ସ୍ତ୍ରୀ ମାନି ସ୍ଵାଇଁ ଏହି ଅଭିଯୋଗ କରିଥିଲେ। ଓମ ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଥିଲା। ୨୦୧୩ରେ ସେ ନିଖୋଜ ହୋଇଯାଇଥିଲେ। ସେହିପରି ସେମାନଙ୍କ ନିକଟରେ କାମ କରୁଥିବା ଦୀପୁ ଓରଫ ମନୋଜ ମଲ୍ଲିକ ମଧ୍ୟ ୨୦୧୩ରୁ ନିଖୋଜ ଥିଲେ। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅପରାଧରେ ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ଦୀପୁ-ଓମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଦୀପୁ ଏବଂ ଓମଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

Breaking News