Report Card Odisha

| Daily Odia News

୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିଛି | ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖିବାକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଚାଲୁ ରହିବ। ସୂଚନା ଅନୁସାରେ- ଚଳିତବର୍ଷ ସ୍କୁଲ୍‌ର ଖରାଛୁଟି ଅବଧିକୁ କମାଇ ଦେଇଥିଲେ ରାଜ୍ୟ ସରକାର। ପ୍ରତି ବର୍ଷ ଦେଢ଼ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଖରାଛୁଟି ହେଉଥିବା ବେଳେ ଏଥର ୧୦ ଦିନରେ ସୀମିତ ରଖାଯାଇଛି। ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯାହାକୁ କିନ୍ତୁ ଅଭିଭାବକ ଓ ଶିକ୍ଷାବିତମାନେ ବିରୋଧ କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ଦେଖି ମେ’ ମାସରୁ ଖରା ଛୁଟି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ | ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ଏନେଇ ମାଧ୍ୟମିକ ଶିକ୍ଷା, ଗଣଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ବୋର୍ଡ ଅଫ ସେକେଣ୍ଡାରୀ ସଭାପତି , ସିଏଚଏସଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ରାଜ୍ୟରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ସ୍କୁଲ ର ସମସ୍ତ କ୍ଲାସକୁ ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ନିଲମ୍ବନ କରିଛନ୍ତି ।

Breaking News