Report Card Odisha

| Daily Odia News

ରାଜ୍ୟରେ ଗଡିବ ସବୁ ଘରୋଇ ବସ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ରାଜ୍ୟରେ ଗଡିବ ସବୁ ଘରୋଇ ବସ୍ । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଧର୍ମଘଟ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେଣୁ ସେମାନଙ୍କୁ ନଜରରେ ରଖି ଆସନ୍ତାକାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଏନେଇ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ଦାବି ମଧ୍ୟ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ ଓ ପ୍ରଶାସନର ସହାୟତା ନିଆଯିବ ବୋଲି ମଧ୍ୟ ରାଜ୍ୟ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। କହିରଖୁଛୁ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ଚାରିଦିନ ଧରି ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହଇରାଣ ହେବା ସହ ବସ୍ ମାଲିକମାନେ ମଧ୍ୟ କ୍ଷତି ସହୁଛନ୍ତି । ତେଣୁ ପୁଣି ବସ୍ ଚଳାଚଳ କରିବା ନେଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି ।

Breaking News