Report Card Odisha

| Daily Odia News

ସମସ୍ତ ଚିଟ୍‍ଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ପାଇବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତମାନେ ଖୁବଶୀଘ୍ର ସେମାନଙ୍କ ଟଙ୍କା ଫେରିପାଇବେ । ୪ମାସ ମଧ୍ୟରେ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ସରକାର ଗଢିବା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର ଟଙ୍କା ପ୍ରଦାନ କରାଯିବ । ଆଜି ପ୍ରେସମିଟରେ ସଭାପତି କହିଛନ୍ତି କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ ଜମାକାରୀ ସମସ୍ତଙ୍କୁ ଟଙ୍କା ମିଳିବ । ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍‍ ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ । ସେ୧୦ ହଜାର ହେଉ କିମ୍ବା ୧୦ଲକ୍ଷ ସମସ୍ତେ ଟଙ୍କା ଫେରସ୍ତ ପାଇବେ । ବର୍ଷେ ଭିତରେ ୧ଲକ୍ଷ ୨୬ହଜାର ୧୩୭ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି । ୩/୪ମାସରେ ୫ଲକ୍ଷ ଯୋଗ୍ୟ ଜମାକରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ତାଲିକା ସଂପୂର୍ଣ୍ଣ ହୋଇଛି, ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ । ଏହା ଏକ ନିୟମିତ ପ୍ରକ୍ରିୟା, ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦିଆଯିବ ବୋଲି ମନମୋହନ କହିଛନ୍ତି ।

Breaking News