Report Card Odisha

| Daily Odia News

ଥାନାରେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପତ୍ନୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ବଡ଼ଗଡ ଥାନା ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ  ସାଂଘାତିକ ଅଭିଯୋଗ ହୋଇଛି । ମୃତକ ହେଲେ ବଡ଼ଗଡ଼ ଥାନା କପିଳପ୍ରସାଦ ଅଞ୍ଚଳର ପ୍ରଦୀପ ସାହୁ ବୋଲି ସୂଚନା ମିଳିଛି । ପ୍ରଦୀପଙ୍କୁ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ପ୍ରଦୀପଙ୍କ ପତ୍ନୀଙ୍କ କହିବା ଅନୁସାରେ, ‘ଗତକାଲି ରାତିରେ ପ୍ରଦୀପ ରସୁଲଗଡ ଘରକୁ ଆସୁଥିଲେ । ଏହାପରଠାରୁ ତାଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ତେବେ ରାତି ପ୍ରାୟ ଗୋଟାଏରେ ପୋଲିସ ଆସି କ୍ୟାପିଟାଲ ହସ୍ପିଟାଲ ଯିବାକୁ କହିଥିଲା । ସେଠାରେ ଯାଇ ପଚାରିବା ବେଳେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଲୁ। ପୋଲିସ ମୋ ସ୍ୱାମୀକୁ ହତ୍ୟା କରି ମୋତେ ଆସି ଖବର ଦେଲା ।’ ପୋଲିସର ସୂଚନା ଅନୁଯାୟୀ, ମୃତ ପ୍ରଦୀପ ସାହୁଙ୍କ ନାମରେ ଏକାଧିକ ଚୋରି ମାମଲା ରହିଛି । ଗତକାଲି ବ୍ରହ୍ମେଶ୍ୱର ପାଟଣାରେ ରାତି ୮ଟାରେ ପ୍ରଦୀପକୁ ଧରିବାକୁ ଚେଷ୍ଟା ବେଳେ ସେ ପଡିଯାଇଥିଲା । ତାକୁ ଥାନାକୁ ନିଆଯାଇଥିଲା ଓ ସେଠାରେ ତା’ ଦେହ ଅସୁସ୍ଥ ହୋଇପଡ଼ିଥିଲା । କ୍ୟାପିଟାଲ ହସ୍ପିଟାଲ ନେବା ପରେ ସେଠାରେ ତାର ମୃତ୍ୟୁ ହୋଇଛି ବୋଲି ପୁଲିସ୍‌ କହିଛି ।

Breaking News