ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି | ଜଣେ ଜନୈକ ସେବାୟତ ଅନ୍ୟ ଜଣେ ବରିଷ୍ଠ ସେବାୟତଙ୍କ ନାମରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ ଜଣକ ଏଭଳି ଯୌନ ନିର୍ଯାତନା ଦେଇ ଆସୁଥିବା ସେବାୟତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ସେ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ଏ ସମ୍ପର୍କରେ ପୀଡ଼ିତ ନାବାଳକଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ସେ ଦୃଷ୍ଟିହୀନ ଅଟନ୍ତି। ଏଣୁ ନାବାଳକ ପୁଅ ତାଙ୍କୁ ସବୁଦିନ ଶ୍ରୀମନ୍ଦିରକୁ ନେବା ଆଣିବା କରନ୍ତି । ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ନିର୍ମାଲ୍ୟ ଖଳାରେ କାମ କରନ୍ତି ଏବଂ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି। ଦୁଇମାସ ତଳେ ନାବାଳକ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀମନ୍ଦିରର ଜନୈକ ସେବାୟତ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। କହିଥିଲେ କି ପ୍ରତିବାଦ କଲେ ମନ୍ଦିର ଭିତରେ ମାଡ଼ ମାରିବାକୁ ଧମକ ଦେଇଥିଲେ। ନାବାଳକ ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ଉକ୍ତ ବରିଷ୍ଠ ସେବାୟତଜଣକ ସେଠାକୁ ଯାଇ ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ । ଅଭିଯୋଗ ଅନୁସାରେ -ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡ ସାହିର ଲଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ନାବାଳକ କୁ କହିଥିଲେ କି ତୁ ମୋ ସହ ହୋଟେଲ ଯିବୁ, ନହେଲେ ତୋତେ ମନ୍ଦିର ଭିତରେ ମାଡ଼ ମାରିବି । ଏକଥା କାହାକୁ କହିଲେ ଶ୍ରୀମନ୍ଦିରରେ ପଶି ପାରିବୁନି, ମାଡ଼ ମାରିବି ବୋଲି ଧମକ ଦେଇଥିଲେ। ସେହିଦିନଠାରୁ ନାବାଳକ ପୁଅ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ଆସୁଛି | ଏନେଇ ନାବାଳକଙ୍କ ବାପା ଜଣେ ଦୃଷ୍ଟିହୀନ ସେବାୟତ ହୋଇଥିବାରୁ ସେ ନ୍ୟାୟ ଦାବି କରିଛନ୍ତି। ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟକୁ ସେ ଦୃଢ଼ ନିନ୍ଦା କରିବା ସହ ନିଜ ପରିବାରର ସୁରକ୍ଷା ଲୋଡ଼ିଛନ୍ତି। ପୋଲିସ ବି ଚାହିଁଲେ ପୁଅର ବୟାନ ରେକର୍ଡ କରିପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..