ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲଙ୍ଗାନା ହାଇକୋର୍ଟରୁ ଜାମିନ ମିଳିବା ପରେ ଶନିବାର ସକାଳେ ଜେଲରୁ ବାହାରିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଗତକାଲି ତାଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ବି ଆଦେଶନାମା ପହଞ୍ଚିବାରେ ବିଳମ୍ବ ହେତୁ ଅଲ୍ଲୁ ଅର୍ଜୁନଙ୍କୁ ଜେଲରେ ରାତି କଟାଇବାକୁ ପଡ଼ିଥିଲା। ଅଲ୍ଲୁ ଅର୍ଜୁନଙ୍କୁ ଉଚ୍ଚ ନ୍ୟାୟାଳୟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେବା ପରେ ଜେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ନିଜ ପ୍ରିୟ ହିରୋଙ୍କୁ ସ୍ୱାଗତ କରିବା ପାଇଁ ଜେଲ ବାହାରେ ପ୍ରଶଂସକ ଭିଡ଼ ଜମାଇଥିଲେ। ତେବେ ସ୍ଥିତିକୁ ଦେଖି ଜେଲ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରଥମ ସ୍କ୍ରିନିଂ ସମୟରେ ପ୍ରମୁଖ ଅଭିନେତା ତଥା ତେଲୁଗୁ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ଉପସ୍ଥିତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟା ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁତର ଅବସ୍ଥାରେ ସଂପ୍ରତି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏହି ମାମଲାରେ ଆଜି ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା। ତେବେ ଗିରଫର କିଛି ଘଣ୍ଟା ମଧ୍ୟରେ ହାଇକୋର୍ଟରୁ ତାଙ୍କୁ ୫୦ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ବଦଳରେ ଅନ୍ତରୀଣ ଜାମିନ ମିଳିଥିଲା।






More Stories
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..
୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର…..
ବିଧାୟକଙ୍କ ପରଲୋକ…..