ରିପୋର୍ଟ କାର୍ଡ / ମୁମ୍ବାଇ
ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି | ମହାମାରୀ ଧନିକି ଗରିବ ନେତାକି ରାଜନେତା କାହାକୁ ଛାଡିବାର ନାଁ ନେଉନାହିଁ | ଏସବୁ ଭିତରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ କରୋନା ସଂକ୍ରମିତ ହୋଇଛନ୍ତି। ସେ ଏହି ସୂଚନାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରିଛନ୍ତି। ଅଭିନେତା ଟ୍ୱିଟ୍ କରି ଲେଖିଛନ୍ତି, ‘ସମସ୍ତଙ୍କୁ ନମସ୍କାର। ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି ଏବଂ ମୁଁ ନିଜକୁ ଆଇସୋଲେଟ କରିଛି । ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେଉଁମାନେ ମୋ ସହିତ ଯୋଗାଯୋଗ ଆସିଛନ୍ତି ସେମାନେ ସେମାନଙ୍କର ପରୀକ୍ଷା କରାଇନେବା ଉଚିତ୍ । ମୁଁ ମୋର ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ ମୁଁ ଭଲ ଅଛି, ଦୟାକରି ଚିନ୍ତା କରନ୍ତୁ ନାହିଁ । ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ‘ ଅଲ୍ଲୁ ଅର୍ଜୁନଙ୍କ ଟ୍ୱିଟ ଭାଇରାଲ ହେବାରେ ଲାଗିଛି ଏବଂ ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..