ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ବିଗ୍ ବସ୍’ ଓଟିଟି ବିଜେତା ଏଲ୍ବିସ୍ ଯାଦବଙ୍କୁ ଶନିବାର ରାଜସ୍ଥାନର କୋଟାରୁ ପୋଲିସ ଗିରଫ କରିଛି। ଯାଦବ ବେଆଇନ ଭାବେ ସାପ ବିଷ ବିକ୍ରି କରୁଥିବା ନେଇ ବିଜେପି ସାଂସଦ ମାନେକା ଗାନ୍ଧି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। କୋଟା ରୁରାଲର ରାମଗଞ୍ଜ ସୁକେତ ଅଞ୍ଚଳରେ ପୋଲିସ ତାଙ୍କୁ ଧରିଛି। ଶୁକ୍ରବାର ନଏଡ଼ା ପୋଲିସ ଯାଦବଙ୍କ ନାମରେ ମାମଲା ରୁଜୁ କରିବା ସହ ରେଭ୍ ପାର୍ଟିରେ ସାପବିଷ ବ୍ୟବହାର କରିଥିବା ଅଭିଯୋଗରେ ଅନ୍ୟ ପାଞ୍ଚଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ନାଗସାପ ସମେତ ୯ଟି ସାପ ଜବତ କରାଯାଇଥିଲା। ସେମାନଙ୍କୁ ଧରାପକାଇବାରେ ପିପୁଲ ଫର୍ ଆନିମଲ୍ସର କର୍ମୀମାନେ ସହଯୋଗ କରିଥିଲେ। ଜବତ ୨୦ ମିଲିଲିଟର ସାପବିଷକୁ ପରୀକ୍ଷା ପାଇଁ ବିଜ୍ଞାନାଗାରକୁ ପଠାଯାଇଛି।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……