ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିଆ ଗେଟ୍ ପାଖରେ ଗତ ୫୦ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତି ଲିଭିବନି। ଏହା ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେବ। ବିବାଦ ସୃଷ୍ଟି ହେବାପାରେ ଏବେ ଏଭଳି ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର। ଅମର ଯବାନ ଜ୍ୟୋତିର ଏକ ଅଂଶକୁ ଜାତୀୟ ଯୁଦ୍ଧ ସ୍ମାରକୀ ପର୍ଯ୍ୟନ୍ତ ନିଆଯିବ। ଜାତୀୟ ଯୁଦ୍ଧ ସ୍ମାରକୀରେ ସବୁ ଭାରତୀୟ ସହିଦଙ୍କ ନାଁ ସ୍ଥାନ ପାଇଛି। ୧୯୭୧ ସମେତ ସବୁ ଯୁଦ୍ଧର ସହିଦଙ୍କ ନାଁ ଏଥିରେ ରହିଛି। ଏହା ହିଁ ସହିଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାର ଆହୁରି କହିଛନ୍ତି, ଏହାକୁ ନେଇ ଅନେକଗୁଡିକ ଭୁଲ୍ ସୂଚନା ଦିଆଯାଉଛି। ଅଯଥା ଗୁଜବ ସୃଷ୍ଟି କରାଯାଉଛି। ୧୯୭୧ ମସିହାରେ ଅମର ଯବାନ ଜ୍ୟୋତି ଜଳା ଯାଇଥିଲା। ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଜ୍ୟୋତିକୁ ପ୍ରଜ୍ଜଳିତ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ସହିଦ ଯବାନଙ୍କ ନାଁ ଉଲ୍ଲେଖ କରାଯାଇନଥିଲା। ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ଯବନାଙ୍କ ନାଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ରଖାଯାଇଥିଲା। ଏଥିପାଇଁ ସେଠାରେ ଏହି ଜ୍ୟୋତି ଜଳିବା ହିଁ ଯବାନମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର କହିଛି। ଅମର ଯବାନ ଜ୍ୟୋତିର ସ୍ଥାପନା ସେହି ଭାରତୀୟ ସୈନିକଙ୍କ ସ୍ମୃତିରେ କରାଯାଇଥିଲା ଯେଉଁମାନେ ୧୯୭୧ ଭାରତ-ପାକିସ୍ଥାନ ଯୁଦ୍ଧରେ ସହିଦ ହୋଇଥିଲେ। ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଲା ଏବଂ ବାଙ୍ଗଲାଦେଶର ଗଠନ ହୋଇଥିଲା। ତତ୍ତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜାନୁଆରୀ ୨୬, ୧୯୭୨ରେ ଅମର ଜ୍ୟୋତିର ଉଦ୍ଘାଟନ କରିଥିଲେ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..