ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅମରନାଥରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହୋଇଛି | ଗୁମ୍ଫା ନିକଟରେ ବାଦଲ ଫାଟି ୧୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ଯୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ବାଦଲ ଫାଟିବା ପରେ ପାହାଡ ଧସି ଶ୍ରଦ୍ଧାଳୁଙ୍କ ପାଇଁ ଥିବା ପ୍ରାୟ ୪୦ଟି ଅସ୍ଥାୟୀ ତମ୍ବୁ ବହି ଯାଇଥିଲା। ଖବର ପାଇବା ମାତ୍ରେ ସେନାବହାହିନୀ, ଏନଡିଆରଏଫଙ୍କ ସହ ଏସଡିଆରଏଫ ସମେତ ଜରୁରୀକାଳୀନ ପରିସ୍ଥିତି ପାଇଁ ଥିବା ବିିଭିନ୍ନ ଟିମ୍ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରବଳ ଜଳ ସ୍ରୋତରେ କବଳରେ ଆସିଥିବା ଶିବିର ଓ ତମ୍ବୁରେ ଥିବା ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ଗୁମ୍ଫା ନିକଟରେ ପ୍ରାୟ ପାଞ୍ଚ ହଜାର ଲୋକେ ଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରାକୁ ବର୍ତ୍ତମାନ ବନ୍ଦ ରଖାଯାଇଛି। ଉଦ୍ଧାରକାରୀ ଦଳ ବିଳମ୍ବିତ ରାତିରେ ବରଫ ଜଳ ଓ ଅତ୍ୟଧିକ ଥଣ୍ଡା ସତ୍ତେ୍ୱ ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ଅଧିକାରୀଙ୍କ କହିବାନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୫ଟା୩୦ରେ ଅମରନାଥ ଗୁମ୍ଫା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଏହି ବାଦଲ ଫାଟିଥିଲା। ଫଳରେ ଗୁମ୍ଫା ସମ୍ମୁଖରେ ବହି ଯାଇଥିବା ନାଳରେ ବନ୍ୟା ଆସିବାରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁମ୍ଫାର ସାମ୍ନାରେ ହିଁ ଯାତ୍ରୀଙ୍କ ପାଇଁ ତମ୍ବୁର ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ତମ୍ବୁରେ ପ୍ରାୟ ୪ ରୁ ୬ ଜଣ ରହିବା ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର ପ୍ରବଳ ଜଳସ୍ରୋତରେ ୧୨ରୁ ଅଧିକ ତମ୍ବୁକୁ ଭସାଇନେଇଥିଲା। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..