ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ପଞ୍ଜୀକୃତ କରିଥିବା ଶ୍ରଦ୍ଧାଳୁମାନେ ‘ବମ୍ ବମ୍ ଭୋଲେ’ ଏବଂ ‘ ଜୟ ଶିବ ଶମ୍ଭୁ’ ସ୍ଲୋଗାନ ଦେଇ ବସ୍ରେ ପ୍ରବେଶ କରିଥିଲେ। ବିଭିନ୍ନ ଦଫାରେ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ଶ୍ରୀନଗର ପର୍ଯ୍ୟନ୍ତ ନିଆଯିବ। ସେଠାରୁ ସେମାନେ ନିଜ ପସନ୍ଦ ମୁତାବକ ପେହେଲଗାଓଁ କିମ୍ବା ବାଲ୍ତାଲ ରାସ୍ତା ଦେଇ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଯାତ୍ରା କରିବେ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଅମରନାଥ ଯାତ୍ରା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରୀଙ୍କ ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….