Report Card Odisha

| Daily Odia News

ଆଉ ଶୁଭିବନି ଅମିନ୍ ସାୟାନିଙ୍କ ସ୍ୱର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୯୧ ବର୍ଷ ବୟସରେ ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ୍ ସାୟାନିଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଅମିନ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ବିୟୋଗ ଘଟିଛି। ୧୯୩୨ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଅମିନ୍ ସାୟାନି ୬୦ ବର୍ଷ ଧରି ରେଡିଓରେ ସମ୍ପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଯୋଜକ ଓ ଉପସ୍ଥାପକ ଥିଲେ। ଏହାସହ ୨୦ରୁ ଅଧିକ ବିଜ୍ଞାପନରେ ସ୍ବର ମଧ୍ୟ ଦେଇଥିଲେ। ୮୦-୯୦ ଦଶକରେ ରେଡିଓ କହିଲେ ଏକପ୍ରକାର ଅମିନ୍ ସାୟାନିଙ୍କୁ ହିଁ ବୁଝାଯାଏ। ବିଶେଷ କରି ଗୀତମାଲା କାର୍ଯ୍ୟକ୍ରମ ପାଇଁ ସେ ସାରା ଦେଶରେ ପରିଚିତ ହୋଇପାରିଥିଲେ।

Breaking News