ରିପୋର୍ଟ କାର୍ଡ / କଟକ
ଲାଗୁ ହେବ ୧୯୯୨ ପେନସନ ନିୟମ । ଏନେଇ ଆଜି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି | ଜୁନିୟର ଲେକ୍ଚରଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବା ନେଇ ସୂଚନା ମିଳିଛି । ପୁରୁଣା ପେନସନ ନିୟମ ଲାଗୁ ପାଇଁ ହୋଇଥିବା ଆବେଦନକୁ ଓଡ଼ିଶା ହାଇକୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି । ଯାହାକୁ ନେଇ ଜୁନିୟର ଲେକ୍ଚରଙ୍କ କ୍ଷେତ୍ରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସୂଚନା ମୁତାବକ ୨୦୦୨ ମସିହାରେ ଏମାନେ ନିଯୁକ୍ତି ପାଇଥିବା ବେଳେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ପୁରୁଣା ପେନସନ ନିୟମରେ ସଂଶୋଧନ କରିଥିଲେ । ଆଉ ନୂଆ ପେନସନ ନିୟମ ୨୦୦୫ ମସିହାରୁ ଲାଗୁ ହେବାନେଇ ନୋଟିସ୍ ଜାରି କରିଥିଲେ । ଏହାକୁ ବିରୋଧ କରି ହାଇକୋର୍ଟରେ ପହଞ୍ଚିଥିଲେ ଆବେଦନକାରୀ ।
ନୂତନ ସଂଶୋଧନ ଆଇନ୍ ଆସିବ ପୂର୍ବରୁ ସେମାନେ ନିଯୁକ୍ତି ପାଇଥିବାରୁ ତେଣୁ ତାଙ୍କ ପକ୍ଷରେ ପୁରୁଣା ନିୟମ ଲାଗୁ କରିବାକୁ ସେ ମାନ୍ୟବର ନ୍ୟାୟାଳୟକୁ ଅନୁରୋଧ କରିଥିଲେ । ଆବେଦନକାରୀଙ୍କ ଅନୁରୋଧକୁ ବିଚାର କରି ଓଡ଼ିଶା ହାଇକୋର୍ଟ ସେମାନଙ୍କ ଯୁକ୍ତିକୁ ସ୍ୱିକୃତି ଦେଇଛନ୍ତି । ଜୁନିୟର ଲେକ୍ଚରଙ୍କ କ୍ଷେତ୍ରରେ ପୁରୁଣା ପେନସନ ନିୟମ ବା ଓଡ଼ିଶା ସିଭିଲ ସର୍ଭିସ୍ ପେନସନ ରୁଲ୍ ୧୯୯୨ ଲାଗୁକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।






More Stories
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..