Report Card Odisha

| Daily Odia News

ୟୁକ୍ରେନ କୁ ୫ଶହ ମିଲିୟନ୍‌ ଡଲାର ପ୍ରତିରକ୍ଷା ପ୍ୟାକେଜ୍‌ ଦେବ ଆମେରିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ-ରୁଷିଆ ଯୁଦ୍ଧର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କିଭ୍‌ ଗସ୍ତ କରିିଛନ୍ତି। ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ପହଞ୍ଚି ବାଇଡେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟି ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ ବାଇଡେନ୍‌ ୟୁକ୍ରେନ୍‌କୁ ଯୁଦ୍ଧରେ ସହୟତା ପାଇଁ ୫ଶହ ମିଲିୟନ ଡଲାରର ନୂଆ ପ୍ରତିରକ୍ଷା ପ୍ୟାକେଜ ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଖୁବ୍‌ଶୀଘ୍ର ନୂଆ ଅସ୍ତ୍ରଶସ୍ତ୍ର ଯୋଗାଇଦିଆଯିବ ବୋଲି ବାଇଡେନ୍‌ ଜେଲେନ୍‌ସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏତଦ୍‌ ବ୍ୟତୀତ ଆମେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭୁଲ ବୋଲି ପ୍ରମାଣିତ କରିକି ରହିବୁ ବୋଲି ଜୋ ବାଇଡେନ୍‌ କହିଛନ୍ତି। ସୂଚନାଯୋଗ୍ୟ, ବାଇଡେନ୍‌ ୟୁକ୍ରନ୍‌ରେ ଏଭଳି ସମୟରେ ପହଞ୍ଚିଛନ୍ତି, ଯେତେବେଳେ ପୁଟିନ୍‌ ଜେଲେନ୍‌ସ୍କିଙ୍କୁ ସାହାଯ୍ୟ କରିଥିବା ସମସ୍ତ ଦେଶକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। କିନ୍ତୁ ଏହି ସମୟରେ ବାଇଡେନ୍‌ କିଭ୍‌ରେ ପହଞ୍ଚି ୟୁକ୍ରେନକୁ ସହାୟତା ଜାରି ରହିବ ବୋଲି କହିଛନ୍ତି। ବାଇଡେନ୍‌ଙ୍କ ଗସ୍ତ ସମୟରେ ମଧ୍ୟ ୟୁକ୍ରେନରେ ଯୁଦ୍ଧର ସାଇରନ ବାଜିଥିଲା।

Breaking News