ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ
ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼ ଭୟଙ୍କର ରୂପନେଛି । ଇଡାଲିଆ ନାମକ ଏହି ହରିକେନ କ୍ୟାଟେଗୋରି-୩ ବର୍ଗରେ ଆସି ସ୍ଥଳଭାଗ ଛୁଇଁଥିଲା। ଏଥିଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଝଡ଼ ଯୋଗୁ ପ୍ରାୟ ୨ ଲକ୍ଷ ଲୋକଙ୍କ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି। ଉପକୂଳ ସହରଗୁଡ଼ିକରେ ଅନେକ ଘରେ ପାଣି ପଶିଯାଇଛି। ଗଛ ଉପୁଡ଼ି ପଡ଼ିଛି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇ କ୍ୟାଟେଗୋରି ୧ରେ ପରିଣତ ହୋଇଛି। ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଝଡ଼ ଯୋଗୁ ବୁଧବାର ଆମେରିକାରେ ଏୟାରଲାଇନ୍ସଗୁଡ଼ିକ ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଛନ୍ତି। ଏଥିସହିତ ୭୯୫ଟି ବିମାନର ଉଡ଼ାଣ ବିଳମ୍ବ ହୋଇଛି। ତାମ୍ପା, କ୍ଲିୟରୱାଟର ଏବଂ ଟଲାହାସି ବିମାନ ବନ୍ଦର ବନ୍ଦ ରହିଛି। ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଛି। ନ୍ୟାସନାଲ ଗାର୍ଡର ୫୫୦୦ରୁ ଅଧିକ ସଦସ୍ୟ ଏବଂ ୫୮୦ରୁ ଅଧିକ ଉଦ୍ଧାରକାରୀ ଟିମ୍କୁ ମୁତୟନ କରାଯାଇଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..