ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ମେମ୍ଫିସରେ ଗୁଳିକାଣ୍ଡରେ ଜଣେ ପୋଲିସ ଅଧିକାରୀ ନିହତ ହୋଇଛନ୍ତି । ଘଟଣାରେ ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଏବେ ବି ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଫେରାର ରହିଥିବା କୁହାଯାଇଛି । ସେପଟେ ଓ୍ୱାଶିଂଟନର ଏକ ଘରୋଇ ସ୍କୁଲ ବାହାରେ ମଧ୍ୟ ଗୁଳିକାଣ୍ଡ ଘଟିଛି । ଏଥିରେ ୨ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଗୁଳିକାଣ୍ଡ ଜଣେ ସହପାଠୀ ଘଟାଇଥିବା ଜଣାପଡ଼ିଛି । ଘଟଣାରେ ଜଣେ ସହପାଠୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଅଭିଯୁକ୍ତ ଜଣକର ବୟସ ୧୫ ବର୍ଷ ହୋଇଥିବା ନେଇ ପୁଲିସ ସୂଚନା ଦେଇଛି । ଗତ ରବିବାର ଦିନ ମଧ୍ୟ ଦୁର୍ବୃତ୍ତର ଗୁଳିମାଡ଼ରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..