ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୟାଗଡ଼ ଜିଲ୍ଲା ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ପତ୍ର ପ୍ରଦାନ କରାଯାଇଛି। ଖୁବ ଶୀଘ୍ର ଏହାର ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବାନେଇ ରେଳ ମନ୍ତ୍ରୀ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଉଲ୍ଲେଖ ଯୋଗ୍ୟ- ଅପରାଜିତା ଷଡ଼ଙ୍ଗୀ ବୋଲଗଡ଼ର ଜନସାଧାରଣଙ୍କ ଆଗ୍ରହ କ୍ରମେ ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ କରି ମାଣିକଗୋଡ଼l ଷ୍ଟେସନ ରଖିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବରୁ ଚିଠି ଲେଖିଥିଲେ।






More Stories
ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ…..