ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି | ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ହୋଇଛି । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ପୁଲିସ ଅଧିକାରୀ ଟିମୋଥି ଲୋଙ୍ଗୋ ପ୍ରତିକ୍ରିୟା ରଖିଛନ୍ତି । ଅଧିକାରୀ କହିଛନ୍ତି ଯେ ଗୁଳି ଚଳାଇଥିବା ୨୨ ବର୍ଷିୟ ଛାତ୍ର ଜଣକ ଗିରଫ ହୋଇଛି । ଛାତ୍ର ଜଣକଙ୍କ ନାଁ ଖ୍ରୀଷ୍ଟୋଫର୍ ଡାର୍ନେଲ ଜୋନ୍ସ ଜ୍ର ବୋଲି ଜଣାପଡ଼ିଛି । ଛାତ୍ର ଜଣକ ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟବଲ ଦଳର ତିନିଜଣ ସଦସ୍ୟଙ୍କୁ ଗୁଳି ଚଳାଇଥିଲା । ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..