ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ ସହିତ ଯୁଦ୍ଧ ଲାଗି ଆବଶ୍ୟକ ପ୍ରସ୍ତୁତ ରହିବାକୁ ଆମେରିକା ବାୟୁସେନା ମୁଖ୍ୟ ଜେନେରାଲ ମାଇକ ମିନିହାନ ତାଙ୍କ ସହକାରୀ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ବାୟୁସେନା ମୁଖ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସହଯୋଗୀଙ୍କୁ ବିଧିବଦ୍ଧ ଚିଠି କରାଯାଇଛି। ଯୁଦ୍ଧ ନିମନ୍ତେ ଆବଶ୍ୟକ ଅଭ୍ୟାସ ଜାରି ରଖିବାକୁ କୁହାଯାଇଛି। ଜେନେରାଲ ମାଇକ ମିନିହାନ କହିଛନ୍ତି ୨୦୨୫ରେ ଚୀନ ସହିତ ଆମେରିକାର ଯୁଦ୍ଧର ହେବାର ଆଶଙ୍କା ରହିଛି। ୨୦୨୪ରେ ଆମେରିକା ଓ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଏହି ନିର୍ବାଚନର ସୁଯୋଗ ନେଇ ତାଇୱାନ ଉପରେ ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ନେବ। ତେଣୁ ତାଇୱାନକୁ ସୁରକ୍ଷା ଦେବା ଲାଗି ଆମେରିକାର ପଦକ୍ଷେପକୁ ଚୀନ ବିରୋଧ କରିବ। ଯଦ୍ଦ୍ବାରା ଦୁଇ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧ ହେବ। ଚୀନର ସାମରିକ ବିସ୍ତାରବାଦ ନୀତିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିୟମିତ ବିରୋଧ କରିଆସୁଛନ୍ତି। ବିଶେଷକରି ତାଇୱାନ ବିରୋଧରେ ଚୀନ ସାମରିକ ପଦକ୍ଷେପ ଆମେରିକା ପାଇଁ ଅସହ୍ୟ ହେବାରେ ଲାଗିଛି। ତେଣୁ ଆମେରିକା ପାଇଁ ଚୀନ ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି। କେବଳ ସାମରିକ ନୁହେଁ କୂଟନୈତିକ, ଅର୍ଥନୈତିକ, ବୈଷୟିକ ଓ ବ୍ୟାବସାୟିକ ଦୃଷ୍ଟିକୋଣରୁ ଆମେରିକା ପାଇଁ ଚୀନ ପରମ ଶତ୍ରୁ। ଜେନେରାଲ ମିନିହାନ କହିଛନ୍ତି ଚୀନ ଯୁଦ୍ଧ ପ୍ରସ୍ତୁତି ନିମନ୍ତେ ଏବେ ଠାରୁ ସେନ୍ୟ ପ୍ରଶିକ୍ଷଣ ଦିଆଯିବା ଦରକାର। ଏପରିକି ପ୍ରଶିକ୍ଷଣକୁ ଜୋରଦାର କରାଯିବା ଦରକାର। ଆମେରିକା ପ୍ରତିରକ୍ଷା ବଜେଟ୍ରେ ତାଇୱାନକୁ ୧୦୦୦ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଣ କରିବାକୁ ଯୋଜନା କରାଯାଇଛି। ଆମେରିକାର ଏପରି ଯୋଜନାକୁ ଚୀନ ବିରୋଧ କରିଛି। ମାତ୍ର ଆମେରିକା କହିଛି ଯେ ଚୀନ ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛି। ଜେନେରାଲ ମିନିହାନଙ୍କ ଆଶଙ୍କା ଉପରେ ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..