ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ବର୍ତ୍ତମାନ ଆମେରିକା ଆଡକୁ ମୁହାଁଇଛି। ଆଫଗାନିସ୍ତାନ ଆକାଶରେ ଡ୍ରୋନ୍ ଚଳାଇବା ବିରୋଧରେ ଆମେରିକାକୁ ଚେତାବନୀ ଦେଇଛି ତାଲିବାନ। ଏହାର ପରିଣାମ ସାମ୍ନା କରିବାକୁ ପ୍ରସ୍ତୁତ ହେବାକୁ ଧମକ ବି ଦେଇଛି। ତାଲିବାନ ଆମେରିକାକୁ ଆଫଗାନିସ୍ତାନ ଆକାଶ ମାର୍ଗରେ ଡ୍ରୋନ୍ ଚଳାଇବା ବନ୍ଦ କରିବାକୁ କହିଛି। ଏଥି ସହିତ, ଯଦି କୌଣସି ଖରାପ ପରିସ୍ଥିତିରୁ ବର୍ତ୍ତିବାକୁ ଚାହାନ୍ତି ତାହେଲେ ଏସବୁରୁ ଦୂରେଇ ରହିବାକୁ ପଡ଼ିବ।ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଆମେରିକାର ପଦକ୍ଷେପକୁ ଜାତୀୟ ନିରାପତ୍ତାର ଉଲ୍ଲଂଘନ ବୋଲି କହିଛନ୍ତି ଏବଂ ସମସ୍ତ ଦେଶକୁ ପାରସ୍ପରିକ ବାଧ୍ୟତାମୂଳକ ଅନୁଯାୟୀ କାର୍ଯ୍ୟ କରିବାକୁ କହିଛନ୍ତି। ନଚେତ୍ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛି ତାଲିବାନ। ଆମେରିକା ଆଫଗାନିସ୍ତାନର ଆକାଶମାର୍ଗରେ ଡ୍ରୋନ୍ ଉଡାଇବା ଦ୍ୱାରା କତାରର ଦୋହା ଇସଲାମିକ୍ ଏମିରେଟ୍ ପ୍ରତି ଆମେରିକାର ସମସ୍ତ ଆନ୍ତର୍ଜାତୀୟ ଅଧିକାର, ଆଇନ ଏବଂ ପ୍ରତିଶ୍ରୁତି ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନଗୁଡିକ ସଂଶୋଧନ କରାଯିବା ଜରୁରୀ ବୋଲି କହିଛି ତାଲିବାନ ।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..