Report Card Odisha

| Daily Odia News

ଆମେରିକା ପାଇଁ ଅନ୍ୟ ଦେଶମାନଙ୍କରେ ଅସ୍ଥିରତା ଆରମ୍ଭ ହେବାକୁ ଯାଉଛି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଏବେ ଆମେରିକାକୁ ଟାର୍ଗେଟ୍‌ କରିଛନ୍ତି । ପେନିନ୍‌ସୁଲାରେ ଜାରି ରହିଥିବା ଅଶାନ୍ତି ପାଇଁ ଆମେରିକାକୁ ଦାୟୀ କରିବା ସହିତ ଚେତାବନୀ ଦେଇଛି  ନର୍ଥ କୋରିଆ । କହିଛି ଯେ, ଆମେରିକା ହେଉଛି ଅସ୍ତିରତାର ମୂଳ କାରଣ । ଆମେରିକା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଏହି ଦେଶ ପାଇଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଅସ୍ଥିରତା ଆରମ୍ଭ ହେବାକୁ ଯାଉଛି । କୋରିଆର ଏକ ପ୍ରତିରକ୍ଷା ପ୍ରଦର୍ଶନୀ ଅବସରରରେ ଏ ନେଇ କୁହାଯାଇଥିବା କହିଛି କୋରିଆନ୍‌ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି । ଉତ୍ତର କୋରିଆ ପ୍ରତି ବାଇଡେନ୍‌ ପ୍ରଶାସନ ବାରମ୍ବାର ବୈମାତୃକ ମନୋଭାବ ପୋଷଣ କରୁଥିବା କହିଛନ୍ତି କିମ୍‌ ଜଙ୍ଗ୍‌ ଉନ୍ । ସଭାକୁ ସମ୍ବୋଧିତ କରି କିମ୍‌ ଆମେରିକା ବିରୁଦ୍ଧରେ ସାଂଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ଆମେରିକା ସବୁବେଳେ ଶତ୍ରୁ ଭଳି ଆଚରଣ କରୁଛି । କିନ୍ତୁ ଆମେ ତାଙ୍କୁ ଶତ୍ରୁ ନଜରରେ ଦେଖୁନାହୁଁ । ବାରମ୍ବାର ଏଭଳି କରିବା ଶାସନ ବ୍ୟବସ୍ଥା ପ୍ରତି କୁଠାର ଘାତ ।’ କିନ୍ତୁ ଏ ନେଇ ବାଇଡେନ୍‌ ପ୍ରଶାସନ କହିଛି ଯେ, ଉତ୍ତର କୋରିଆକୁ ସମସ୍ତ ସହାୟତା ସବୁ ସମୟରେ ଯୋଗଇ ଦିଆଯିବ । ଏହା ସହିତ ସେ ଦେଶର ପ୍ରଶାସନ ସହିତ ଯେକୌଣସି ମୂହୁର୍ତ୍ତରେ କଥା ହେବା ପାଇଁ ଆମେରିକା ପ୍ରସ୍ତୁତ ଅଛି । କିମ୍‌ ଅଭିଯୋଗ କରିଛନ୍ତି ଯେ, ସାମରିକ ଶକ୍ତିକୁ ମଜବୁତ କରିବା ପାଇଁ ଅବରୋଧିତ ଏବଂ ବିପଜ୍ଜନତ ପ୍ରୟାସ କରାଯାଉଛି । ଯାହା ଫଳରେ ସାମରିକ ଅସ୍ଥିରତା ଏବଂ ବିପଦ ବଢୁଛି ।

Breaking News