ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ପୁଣି ଥରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ମନ୍ତ୍ରଣାଳୟ(ପେଣ୍ଟାଗନ)କୁ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବାକୁ ନିର୍ଦେଶ ଦେଇଛନ୍ତି । ସେ ରୁଷ ଏବଂ ଚୀନ ସ୍ତରକୁ ପହଞ୍ଚିବା ପାଇଁ ପରୀକ୍ଷଣ କରିବାକୁ କହିଛନ୍ତି । ଆଜି ଚୀନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବା ପରେ, ଟ୍ରମ୍ପ ପରମାଣୁ ପରୀକ୍ଷଣ ନିର୍ଦ୍ଦେଶକୁ ଯଥାର୍ଥ ଦର୍ଶାଇ ଏକ ବିବୃତ୍ତି ଜାରି କରିଛନ୍ତି । ଏହି ସମୟରେ ଟ୍ରମ୍ପଙ୍କ ନିର୍ଦେଶ ପରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଗାମୀ ୨୪ରୁ ୩୬ମାସ ମଧ୍ୟରେ ପରମାଣୁ ପରୀକ୍ଷଣ କରାଯିବ ।ଟ୍ରମ୍ପ କହିଛନ୍ତି ଯେ ଯଦି ରୁଷ ଏବଂ ଚୀପ ପରମାଣୁ ପରୀକ୍ଷଣ କରିପାରିବେ, ତେବେ ଆମେରିକା କାହିଁକି ସମାନ କରିପାରିବ ନାହିଁ । ଆମେରିକା ବିଶ୍ୱରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ରଶସ୍ତ୍ର ରଖିଛି, ତଥାପି ଆମେ ପରୀକ୍ଷଣ କରିବୁ କାରଣ ଅନ୍ୟ ଦେଶମାନେ ମଧ୍ୟ ପରୀକ୍ଷଣ କରନ୍ତି । ଆମେ କେବେ ଏବଂ କେଉଁଠାରେ ପରମାଣୁ ପରୀକ୍ଷଣ କରିବୁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଆମେ ଶୀଘ୍ର ସ୍ଥାନ ଏବଂ ସମୟ ଚୂଡାନ୍ତ କରି ପରୀକ୍ଷଣ ପାଇଁ ଘୋଷଣା କରିବୁ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..