ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାରୁ ବିଦା ହେବେ ରୁଷ୍ର ୨୪ କୂଟନୀତିଜ୍ଞ | ସେପ୍ଟେମ୍ବ ୩ ସୁଦ୍ଧା ଦେଶ ଛାଡିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ଆମେରିକାରେ ରୁଷ୍ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ କହିଛନ୍ତି ଯେ ଭିସା ସମାପ୍ତ ହେତୁ ସେପ୍ଟେମ୍ବର ୩ ସୁଦ୍ଧା ୨୪ ରୁଷ କୂଟନୀତିଜ୍ଞଙ୍କୁ ଆମେରିକା ଛାଡିବାକୁ ପଡ଼ିବ ବୋଲି ଆମେରିକା କହିଛି। ରୁଷ୍ର ରାଷ୍ଟ୍ରଦୂତ ଆନାଟୋଲିଙ୍କ କହିଛନ୍ତି ଯେ ପ୍ରାୟ ସମସ୍ତ କୂଟନୀତିଜ୍ଞ ଆମେରିକା ଛାଡିବେ କାରଣ ଆମେରିକା ଭିସା ପ୍ରଦାନ ପ୍ରକ୍ରିୟାକୁ କଡାକଡି କରିଥିବାରୁ ଏଭଳି ସମସ୍ୟା ଉପୁଜିଛି।ଆଣ୍ଟୋନୋଭ ୱାଶିଂଟନ୍ର ପତ୍ରିକା ‘ନ୍ୟାସନାଲ ଇଣ୍ଟରେଷ୍ଟ’କୁ କହିଛନ୍ତି ଯେ ଆମେ ୨୪ କୂଟନୀତିଜ୍ଞଙ୍କ ତାଲିକା ପାଇଛୁ, ଯେଉଁମାନେ ସେପ୍ଟେମ୍ବର ୩, ୨୦୨୧ ପୂର୍ବରୁ ଆମେରିକା ଛାଡିବେ ବୋଲି ଆଶା କରାଯାଉଛି। ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ଦେଇଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ରୁଷୀୟମାନଙ୍କ ପାଇଁ ୩ ବର୍ଷ ଭିସା ବୈଧତା କୌଣସି ନୂଆ କଥା ନୁହେଁ। ଭିସା ସମାପ୍ତ ହେବା ପରେ ଲୋକମାନେ ଦେଶ ଛାଡିବେ କିମ୍ବା ସମ୍ପ୍ରସାରଣ ପାଇଁ ଆବେଦନ କରିବେ ବୋଲି ଆଶା କରାଯାଉଛି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..