ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ଗାନ୍ଧିନଗର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଏହି ଆସନରୁ ଗତ ଥର ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଥିବା ବେଳେ ଚଳିତ ଥର ବି ସମାନ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ସଂଖ୍ୟାରେ ବିଜେପି ନେତା ଆଜି ଶାହଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ସେ ଗାନ୍ଧିନଗରରେ ଏକ ବିଶାଳ ରାଲି କରି ଯାଇ ନିଜ ସମର୍ଥକଙ୍କ ଉପସ୍ଥିତିରେ ନୋମିନେସନ୍ ଦାଖଲ କରିଛନ୍ତି।ଏହି ଆସନରେ ଶାହଙ୍କର ସୋନଲ ପଟେଲଙ୍କ ସହ ଲଢ଼େଇ ହେବ । କଂଗ୍ରେସର ପାର୍ଟି ସେକ୍ରେଟେରୀ ସୋନଲ ପଟେଲ ଗାନ୍ଧିନଗର ସିଟ୍ରୁ ନାମାଙ୍କନ ଦାଖଲ କରିଛନ୍ତି। ଗୁଜରାଟରେ ମେ’ ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ଜୁନ୍ ୪ ତାରିଖରେ ଫଳାଫଳ ଘୋଷିତ ହେବ ।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….