Report Card Odisha

| Daily Odia News

ଶାହ-ନବୀନ ହେବେ ଏକାଠି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶାହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶାହ ବିଭିନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ସରକାରୀ କାର୍ଯ୍ୟକ୍ରମରେ ଅମିତ ଶାହ- ନବୀନ ପଟ୍ଟନାୟକ ଏକାଠି ହେବେ | ଏହାସହ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ ଓ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଅମିତ ଶାହ। ଏହାପରେ ଦଳୀୟ କାର୍ଯ୍ୟଳୟରେ ନୂଆ ପଦାଧିକାରୀ, କୋର ଟିମ୍ ସଦସ୍ୟମାନଙ୍କ ସହ ଆଲୋଚନା କରିବେ କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖ ଯୋଗ୍ୟ- ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଅମିତ ଶାହ ଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରମୁଖ ସାଂସଦମାନେ ଏୟାରପୋର୍ଟରେ ସ୍ୱାଗତ କରିଥିଲେ। ଏହାପରେ ଏକ ତାରକା ହୋଟେଲରେ ଯାଇ ରାତ୍ରିଯାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

 

Breaking News