ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ବାୟୂର ମାନ ଅତି ଖରାପ ସ୍ଥିତିରେ ରହିଛି। ପ୍ରଦୂଷଣ ରୋକିବା ଦିଗରେ କେଉଁସବୁ ଜରୁରୀ ପଦକ୍ଷେପ ଗ୍ରହଣ କରିହେବ ସେନେଇ ଆଜି ଏକ ବୈଠକ ହୋଇଛି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସିଏକ୍ୟୁଏମ୍ (କମିସନ୍ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ୍) ଦିଲ୍ଲୀ ଏବଂ ଏହାର ଆଖପାଖ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜରୁରୀ ବୈଠକ କରିଛନ୍ତି। ଭର୍ଚୁ୍ଆଲ ବୈଠକରେ ରାଜ୍ୟମାନଙ୍କର ମୁଖ୍ୟ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଡିପିସିସି (ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି) ପରି ଅନ୍ୟ ପରିବେଶ ସଂସ୍ଥା ମଧ୍ୟ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ରବିବାର ଦିନ ମଧ୍ୟ ସିଏକ୍ୟୁଏମ୍ ଅନ୍ୟ ଏକ ଜରୁରୀ ବୈଠକ କରିଥିଲା। ଗ୍ରାପ୍ (ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍) ଅଧୀନରେ ଏମର୍ଜେନ୍ସି ପଦକ୍ଷେପଗୁଡ଼ିକ ପ୍ରସ୍ତୁତ କରିବାପାଇଁ ଏହି ବୈଠକରେ ଦିଲ୍ଲୀ ଏବଂ ଅନ୍ୟ ଏନ୍ସିଆର ସଂଲଗ୍ନ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜରୁରୀ ବୈଠକରେ ଦିଲ୍ଲୀ ସରକାର କହିଛନ୍ତି, ସପ୍ତାହାନ୍ତ ଲକଡାଉନ୍ କରିବାକୁ ଦିଲ୍ଲୀ ସରକାର ପ୍ରସ୍ତୁତ। ସହରରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି ଏବଂ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆମେ ତତ୍କାଳ କେତେକ ପଦକ୍ଷେପ ଲାଗୁ କରିଛୁ ବୋଲି ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..